ବାଣ ତିଆରି ବେଳେ ବିସ୍ଫୋରଣ, ୩ଆହତ
Khabar Odisha:State-Odisha-3-of-a-family-critical-following-a-cracker-explosion-in-their-house
ଢେଙ୍କାନାଳ, ମେ ୨୦(ଖବର ଓଡ଼ିଶା):

ଢେଙ୍କାନାଳରେ ଅଘଟଣ ଘଟିଛି । ଘରେ ବାଣ କରୁଥିବା ବେଳେ ବିସ୍ଫୋରଣରେ ତିନିଜଣ ଆହତ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲା କୁମ୍ଭାରସାହିରେ ବାଣ ବିସ୍ଫୋରଣ ଘଟିଛି । ଏହି ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ଘରର ଛାତ ଉଡିଯାଇଛି । ଏହି ଅଘଟଣରେ ଗୋଟିଏ ପରିବାରର ତିନିଜଣ ତଥା ବାପା ,ମା ଓ ପୁଅ ଆହତ ହୋଇଥିବା ଜଣାପଡ଼ିଛି । ଘରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

  • Tags:

Subscribe

National International State Sports Entertainment