ଗୁମ୍ମା: ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ଅକ୍ଷୟ କୁମାର ବେହେରା ଓ ଦୟାନିଧି ଦାଶ ଗୁମ୍ମା ବ୍ଲକର ପରିଦର୍ଶନ କରିଥିଲେ । ଏହି ସମୟରେ ଅନୁକୁଣ୍ଡାଗୁଡା ଅଙ୍ଗନୱାଡ଼ି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ, ବାରେଙ୍ଗସିଂର ଅଙ୍ଗନବାଡ଼ି କେନ୍ଦ୍ର, ଭୂବନିର ସରକାରୀ ଉଚ୍ଚ ବିଦ୍ୟାଳୟ, ସେରୋଙ୍ଗର ଛତୁଆ ତିଆରି ସେଣ୍ଟର ଓ ତୁମୁଲା ଗ୍ରାମ ପରିଦର୍ଶନ କରି ଖାଦ୍ୟ ନିରାପତ୍ତା ଏବଂ ଉନ୍ନତମାନର ଖାଦ୍ୟ ସରକାରଙ୍କ ଦ୍ଵାରା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଠିକ ଭାବରେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜ୍ୟ ଦକ୍ଷତା ବିକାଶ ମିଶନ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ପୋଷଣ ,ମଧ୍ୟାହ୍ନ ଭୋଜନ ,ସମନ୍ଵିତ ଶିଶୁ ବିକାଶ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ସମ୍ବନ୍ଧରେ ତଦାରଖ କରିଛନ୍ତି।
ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନେମୀ ମଣ୍ଡଳ,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସୁହାନ୍ ଭୋଇ, ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ଓ ସବ୍ୟସାଚୀ ବସ୍ତିଆଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।