ଭୁୂବନେଶ୍ୱର: ସଂସଦର ଲୋକସଭାରେ ମହିଳା ସଂରକ୍ଷଣ ସଂପର୍କିତ ସାମ୍ବିଧାନିକ ସଂଶୋଧନ ବିଧେୟକ ଖାରଜ ହୋଇ ସାରିଛି । ଏହାକୁ ନେଇ ଏ ପର୍ଯ୍ୟନ୍ତ ରାଜନୀତି ଜାରି ରହିଛି । ବିରୋଧୀ ମହିଳା ବିରୋଧୀ ବୋଲି କହିଛି ବିଜେପି । ଏହା ମଧ୍ୟରେ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ଏ ନେଇ ଶୁକ୍ରବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୩୦ ତାରିଖରେ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ମାତ୍ର ଦିନକ ପାଇଁ ବସିବ ଏହି ସ୍ୱତନ୍ତ୍ର ଅଧିବେଶନ । ବିଧାନସଭା ଭବନରେ ଦିନ ୧୧ଟାରେ ଏହି ସ୍ୱତନ୍ତ୍ର ଅଧିବେଶନ ବସିବ । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଆଲୋଚନା ହେବ । ଏହି ଅଧିବେଶନ ସେହି ସମୟରେ ରାଜ୍ୟ ସରକାର ଡକାଇଛନ୍ତି ଯେତେବେଳେ କିଛି ଦିନ ପୂର୍ବରୁ ଲୋକସଭାରେ ମହିଳା ସଂରକ୍ଷଣ ସଂଶୋଧନ ବିଧେୟକ କାଟ୍ ଖାଇଥିଲା ।