ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଓଡ଼ିଶାରେ କରିବେ ମାରାଥନ ପ୍ରଚାର । ପ୍ରଥମେ ।ପାରାଦୀପର କୁଜଙ୍ଗଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପରେ କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭାକୁ ସମ୍ବୋଧିତ କରିବେ । ଏହି ସମୟରେ ସେ ସୁଭଦ୍ରା ଯୋଜନା ଓ କେନ୍ଦ୍ର ସରକାରଙ୍କ ଡବଲ ଇଂଜିନ ସରକାର ସମ୍ପର୍କରେ ଜନ ସାଧାରଣଙ୍କୁ ଜଣାଇବେ ।
ନିର୍ବାଚନ ବେଳେ ହେଭିୱେଟ ନେତାଙ୍କ ପ୍ରଚାର ନିର୍ବାଚନୀ ମୈଦାନକୁ ପ୍ରକମ୍ପିତ କରୁଛି । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟ ଦେଉଛି ଓଡ଼ିଶା । ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନିର୍ବାଚନ ମାହୋଲକୁ ଆହୁରି ଚଳଚଞ୍ଚଳ କରିଦେଉଛି ।