ଅନୁଗୁଳ: ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ପରିବାରର ଖୁସିରେ ନଜର ଲାଗିଗଲା । ହାତୀ ଆକ୍ରମଣରେ ଚାଲିଗଲା ମା ଓ ଝିଅଙ୍କ ପ୍ରାଣ । ଅନୁଗୁଳ ଜିଲ୍ଲା ମଧୁପୁର ଗାଁରେ ଘଟିଯାଇଛି ଏଭଳି ଦୁଃଖଦ ଘଟଣା ।
ଗତକାଲି ପୋକତୁଙ୍ଗା ଗାଁରେ ଦଣ୍ଡାନାଚ ଅନୁଷ୍ଠିତ ହୋଇଥିସା । ମଧୁପୁର ଗାଁର ଗୋଟିଏ ପରିବାର ଦଣ୍ଡନାଚ ଦେଖିବାକୁ ଯାଇଥିଲେ । ରାତିରେ ଘରକୁ ଫେରୁଥିବାବେଳେ ମଧୁପୁର ଗ୍ରାମ ଆମ୍ବ ବଗିଚା ନିକଟରେ ହଠାତ୍ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ବାପା, ମାଆ ଏବଂ ଝିଅକୁ ହାତୀ ଆକ୍ରମଣ କରିଥିଲା । ହାତୀ ମାଆ ଏବଂ ଝିଅଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ବାପା ହାତୀ ପାଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ଏବଂ ବନ ବିଭାଗ ଟିମ୍ ପହଁଛି ତଦନ୍ତ ଆରମ୍ଭ କରିଦେଇଛନ୍ତି ।