ଏଣିକି ଶ୍ରୀମନ୍ଦିର ଭିତରକୁ କେହି ନେଇପାରିବେନି ସ୍ମାର୍ଟ ଫୋନ । ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିବା ପାଇଁ ଛତିଶା ନିଯୋଗ ବୈଠକରେ ଗତକାଲି ନିଷ୍ପତି ନିଆଯାଇଛି । ରତ୍ନ ବେଦୀର ଫଟୋ ଭାଇରାଲ ହେବା ଏବଂ ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିର ପରିସର ଦୃଶ୍ୟ ଭାଇରାଲ୍ ହେବା ପରେ କଡ଼ା କଟକଣା ଲଗାଇବାକୁ ଛତିଶାନିଯୋଗ ବୈଠକରେ ସ୍ଥିର କରାଯାଇଛି । ତେବେ କୌଣସି ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେଇପାରିବେ ନାହିଁ । ସ୍କାର୍ଟ ଫୋନ ପାଇଁ କେବଳ ମନ୍ଦିର କମାଣ୍ଡରଙ୍କୁ ଅନୁମତି ମିଳିବ । ତେବେ ଶ୍ରୀମନ୍ଦିରରେ ନିୟୋଜିତ ସେବାୟତ, ଜେଟିପି, ସୁରକ୍ଷାକର୍ମୀ, ଶ୍ରୀମନ୍ଦିର କର୍ମଚାରୀ ସମସ୍ତେ କେଵଳ କିପ୍ୟାଡ୍ ଫୋନ ନେଇ ଯାଇପାରିବେ । ଆସନ୍ତା ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ । ତେବେ ବୈଠକ ପରେ ଏହି ନିଷ୍ପତି ନେଇ ମୋହର କେବେ ବାଜିବ ଜଣାପଡ଼ିବ ।