ମୟୂରଭଞ୍ଜ : ଶିମିଳିପାଳରୁ ବନ୍ୟଜନ୍ତୁ ଶିକାର ଘଟଣାରେ ପୁଣି ୭ଶିକାରୀ ଗିରଫ । ଓ.ଆର୍- ୨୦୨୩-୨୪ ଏକ କେସ୍ ର ତଦନ୍ତ ସମୟରେ ୭ଜଣ ଫେରାର୍ ଅଭିଯୁକ୍ତକୁ ଧରିଛି ବନବିଭାଗ । ଗତ ୨୭ତାରିଖରେ କରଞ୍ଜିଆ ଥାନା ଅନ୍ତର୍ଗତ ଦୁଧିଆଣି ଗ୍ରାମପଞ୍ଚାୟତର ଦୁଧିଆଣି ଓ ଅଁଳାକଟା ଗାଁ ରୁ ଚଢାଉ କରି ଏହି ସାତଜଣ ଅଭିଯୁକ୍ତ ଧରାଯାଇଛି । ସେମାନେ ହେଲେ ରାଘୁନାଥ ସୟ , ବାବୁରାମ ସୟ, ସୁକୁଲାଲ ହେମ୍ବ୍ରମ, ମଙ୍ଗଳ ବଦ୍ର, ଜୟସିଂହ ସିର୍କା, କୁନାରାମ ସମଦ ଓ ବାୟା ବନାରା । ଚଢାଉ ବେଳେ ଏମାନଙ୍କ ନିକଟରୁ ଶିକାର ସମୟରେ ବ୍ୟବହୃତ ୬ଟି ଧନୁ, ୧୧ଟି ତୀର, ୨ଟି ଫାସ , ଗୋଟିଏ ଛୋଟ ହରିଣର ଶିଂଘ ଏବଂ ଗୋଟିଏ ବଡ ହରିଣ ର ଶିଂଘ ଜବତ କରାଯାଇଛି । ଏମାନଙ୍କୁ ବିଭାଗ ପକ୍ଷରୁ ୨୮ତାରିଖରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଶିମିଳିପାଳ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।