ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ହନୁମାନ ନିଉତା ପରେ ଆଜି ଦେବ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ। ବାଜା,ବାଣ ରୋସନୀରେ କମ୍ପିବ ଚର୍ତୁଦିଗ ପରିବେଶ। ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହର । ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ। ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ଯ୍ୟକ୍ରମ। ତାପରେ ଆରମ୍ଭ ହେବ ଉତ୍ସବର ପରିବେଶ। ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର ।
ସମ୍ବଲପୁରରେ, ଏହି ପର୍ବକୁ ‘ଶୀତଳ ଷଷ୍ଠୀ ଯାତ୍ରା’ ନାମକ ଏକ ପାଞ୍ଚ ଦିନିଆ ପର୍ବ ଭାବରେ ପାଳନ କରାଯାଏ। ଏହି କାର୍ଯ୍ୟକ୍ରମ ‘ପତ୍ର ପେଡ଼ି’ ନାମକ ଏକ ରୀତିନୀତି ସହିତ ଆରମ୍ଭ ହୁଏ, ଯେଉଁଠାରେ ଏକ ସ୍ଥାନୀୟ ପରିବାରକୁ ମାତା ପାର୍ବତୀଙ୍କ ମାତୃଗୃହ ବୋଲି ବିବେଚନା କରାଯାଏ। ପରବର୍ତ୍ତୀ ଦୁଇ ଦିନରେ, ଦେବୀ ପାର୍ବତୀଙ୍କ ପ୍ରତୀକାତ୍ମକ ବିଦାୟ ଏବଂ ବିବାହ ସ୍ଥାନକୁ ଏକ ଶୋଭାଯାତ୍ରା ବାହାର କରାଯାଏ। ହନୁମାନ ଜୀ ଏବଂ ଭଗବାନ ନରସିଂହ ଭଗବାନ ଶିବଙ୍କ ଶୋଭାଯାତ୍ରାରେ ଆଗକୁ ବଢ଼ିଥାନ୍ତି। ବିବାହର ପରଦିନ, ଏକ ‘ନଗର ପରିକ୍ରମା’ ହୁଏ, ଯାହାକୁ ‘ଶୀତଳ ଷଷ୍ଠୀ ଯାତ୍ରା’ ମଧ୍ୟ କୁହାଯାଏ। ଏହି ସମୟରେ ଲୋକମାନେ ଢୋଲ ଏବଂ ସଙ୍ଗୀତ ସହିତ ନାଚନ୍ତି ଏବଂ ଗୀତ ଗାଇ ଉତ୍ସବର ଉପଭୋଗ କରନ୍ତି।