ନୟାଗଡ: ନୟାଗଡ଼ ଜିଲ୍ଲାର ବାରମାସୀ ଦଣ୍ଡାରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ବାରମାସୀ ଦଣ୍ଡା ସ୍ଥିତ ଘରୁ ପଞ୍ଚରିଡା ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୁଲିସ । ନିଆଁରେ ପୋଡିହୋଇ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି । ଘଟଣାର ଛାନଭିନ କରୁଛି ପୁଲିସ ।
ସୂଚନା ଅନୁସାରେ ବିଳମ୍ବିତ ରାତିରେ ଶିଶିର, ପତ୍ନୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଥିବା କହିଥିଲେ । ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥିବା ସ୍କୁଟି ସହ ଅନେକ ଆସବାବପତ୍ର ପୋଡ଼ି ଯାଇଛି। ଖବର ପାଇ ନୟାଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ତାଙ୍କ ପୁଅକୁ ପଚରାଉଚରା କରୁଛି । ଦୁଇ ମାସ ତଳେ ସେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟ ଭାବେ ଯୋଗ ଦେଇଥିଲେ ।