ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ ଆରମ୍ଭ ହୋଇଛି । ଯମଶିଳା ଉପରି ଭାଗ ପଥର ବନ୍ଧରେ ରୁପା ଛାଉଣୀ କାମ କରାଯାଇଛି । ପତିତପାବନଙ୍କ ନିକଟ ପଥର ମଣିବନ୍ଧକୁ ମଧ୍ୟ ରୁପା ଛାଉଣୀ କରାଯାଇଛି । ଏହି କାର୍ଯ୍ୟ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ କରାଯାଉଛି । ସିଂହଦ୍ବାର ଗୁମୁଟ ବନ୍ଦ ଥିବା ବେଳେ ଏହି କାର୍ଯ୍ୟ କରାଯାଇଛି । ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରର ସିଂହଦ୍ବାର ଗୁମୁଟରେ ନୂଆ ପରିବର୍ତ୍ତନ ହୋଇଛି। ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବଳ ସୁଅ ଛୁଟୁଛି । ଯେଉଁ କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିରର ଶୋଭାକୁ ଆହୁରି ଆକର୍ଷଣ କରିବ ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ ।