କନ୍ଧମାଳରେ ପାଳନ ହେଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସ । ଜନସଂଘର ପ୍ରତିଷ୍ଠାତା ବଳିଷ୍ଠ ରାଷ୍ଟ୍ରବାଦୀ ଡ଼ା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଜି ତିରୋଧାନ ଦିବସ। ତାଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ପାଳନ କରାଯାଉଛି । ଆଜି ବିଜେପି ତରଫରୁ ଫୁଲବାଣୀ ଯାତ୍ରା ପଡ଼ିଆ ଠାରେ ବଳିଦାନ ଦିବସ ପାଳନ କରାଯାଇଛି। ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ା ମୁଖାର୍ଜୀଙ୍କ ବଳିଦାନଙ୍କୁ ସ୍ମରଣ କରିଥିଲେ । ଏଥି ସହିତ ତାଙ୍କର ଅନେକ ସ୍ବପ୍ନକୁ ଆମ ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରଣ କରିଛନ୍ତି ବୋଲି କହିଥିଲେ। ବିଜେପି ଯୁବ ମୋର୍ଚ୍ଚା ଓ ଅନ୍ୟ ସଂଗଠନ ସହିତ ସାଧାରଣ ଲୋକେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।