ଅବିକଶିତ ହୋଇ ରହିଛି ଶୈବପୀଠ ଗଦ ଗଦା । ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହେଉଛି ଗଦ ଗଦା । କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଏହି ଶୈବପୀଠକୁ ଆସିଥାନ୍ତି । ରାୟଗଡ଼ା ଜିଲ୍ଲା ଗୁମୁଡା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଶୈବପୀଠ ଗଦ ଗଦା। ଏହି ଶୈବପୀଠରେ ପୂଜା ପାଉଛନ୍ତି ପ୍ରଭୁ ମହାଦେବ। ଏହି ଶୈବପୀଠ ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ବି ଅବିକଶିତ ହୋଇ ରହିଛି । ଏହି ଶୈବପୀଠକୁ ସୁସଜ୍ଜିତ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଏପରିକି ପ୍ରଶାସନ ମଧ୍ୟ ମନ୍ଦିରକୁ ଅଣଦେଖା କରୁଛନ୍ତି । ଯାହାଫଳରେ ଏହି ଶୈବପୀଠଟି ଏବେ ବି ଅବିକଶିତ ହୋଇରହିଯାଇଛି ।
ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ଏଠାରେ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଠାକୁ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିାଏ । ବିବାହ,ସନ୍ତାନ,ଚାକିରୀ ପରି ଅନେକ ମାନସିକ ରଖି ଏହି ଶୈବପୀଠକୁ ଆସିଥାନ୍ତି । କୁହାଯାଏ ସେହି ଜାଗାରେ ଗାଧେଇ ନଡ଼ିଆ,କଦଳୀ କିମ୍ବା ଟଙ୍କା ମିଳିବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହେବା ସହ କାର୍ଯ୍ୟଟି ଅତି ଶୀଘ୍ର ସିଦ୍ଧି ହୋଇଥାଏ । ସେଥିପାଇଁ ସେଠାରେ ଅନେକ ଭକ୍ତ ନିଜ ମାନସିକ ନେଇ ଗାଧୋଇଥାନ୍ତି ।
କିନ୍ତୁ ବଡ ଦୁଃଖର କଥା କି ସେହି ଜାଗାରେ ନାଅଛି ମନ୍ଦିର,ନା ଅଛି ରାସ୍ତା,ଘନ ଜଙ୍ଗଲ ମଧ୍ୟରେ ନାଳ କଢ଼ରେ ପୂଜା ପାଆନ୍ତି ପ୍ରଭୁ ମହାଦେବ। କିନ୍ତୁ ଏହି ଶୈବ ପୀଠ ଉପରେ ଜିଲ୍ଲା ପ୍ରଶାସନ,ସ୍ଥାନୀୟ ବିଧାୟକ,ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗଙ୍କ ଦୃଷ୍ଟି ଆକର୍ଷଣ ହୋଇପାରିନାହିଁ। ରାଜ୍ୟ ସରକାର ଓଡିଶା ବିଭିନ୍ନ ମନ୍ଦିରରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରୁଛନ୍ତି । କିନ୍ତୁ ଯେଉଁ ସ୍ଥାନରେ ମନ୍ଦିରର ବିକାଶ ଆବଶ୍ୟକତା ରହିଛି ସେହି ସ୍ଥାନକୁ ଅଣଦେଖା କରାଯାଉଛି । ଜଙ୍ଗଲ ଭିତରେ ରହିଥିବା ଏହି ଶୈବ ପୀଠକୁ ରୁପନ୍ତୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଶୈବପୀଠ ଅନ୍ୟ ଶୈବପୀଠ ପରି କେବେ ରୂପାନ୍ତରିତ ହେବ ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢନ୍ତୁ :ପୁରୀରେ ପଙ୍କଉଦ୍ଧାର ଏକାଦଶୀ ଏବଂ ଜାଗର ଯାତ୍ରା ଲାଗି ହେଲା ବୈଠକ