ପୁରୀରେ ପଙ୍କଉଦ୍ଧାର ଏକାଦଶୀ ଏବଂ ଜାଗର ଯାତ୍ରା ଲାଗି ହେଲା ବୈଠକ । ଆଗକୁ ଆସୁଛି ମହାଶିବରାତ୍ରି ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତାମାସ ୮ତାରିଖରେ ସାରା ଭାରତ ବର୍ଷରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବ । ଏଥିପାଇଁ ଚଳଚଂଚଳ ହୋଇପଡିଛି ପୁରୀର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିର। ଏଥିସହ ପଙ୍କଉଦ୍ଧାର ଏକାଦଶୀ ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ପଙ୍କଉଦ୍ଧାର ଏକାଦଶୀ ଏବଂ ଜାଗର ଯାତ୍ରା ଦିନ ବାବା ଲୋକନାଥଙ୍କ ମନ୍ଦିରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିବ । ଏହାକୁ ଶୃଙ୍ଖଳିତ ସହ ଆଯୋଜନ କରିବା ପାଇଁ ବୈଠକ ପ୍ରସ୍ତୁତି କରାଯାଇଛି ।
ତେବେ ପୁରୀର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରରେ ପଙ୍କଉଦ୍ଧାର ଏକାଦଶୀ ଏବଂ ଜାଗର ଯାତ୍ରା ଲାଗି ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧକ୍ଷତାରେ ଏହି ବୈଠକ ପ୍ରସ୍ତୁତି କରାଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଓ ବାବା ଲୋକନାଥ ମନ୍ଦିରର ବରିଷ୍ଠ ସେବାୟତ ଗଣ ଯୋଗ ଦାନ କରିଥିଲେ ।
ଆସନ୍ତା ମାର୍ଚ୍ଚ ୬ ତାରିଖ ଦିନ ପଙ୍କଉଦ୍ଧାର ଏକାଦଶୀ । ଏଥିପାଇଁ ପୁରୀର ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ପଙ୍କଉଦ୍ଧାର ଏକାଦଶୀ ଦିନ ସମସ୍ତ ନୀତିକାନ୍ତି ସଅଳ ସହ ଗମ୍ଭୀରାରୁ ପଙ୍କୋଦ୍ଧାର ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କିପରି ହୋଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଏଥିସହ ମହାଶିବ ରାତ୍ରି ବା ଜାଗର ଯାତ୍ରା ପାଇଁ ହେବାକୁ ଥିବା ସମସ୍ତ ନୀତିକାନ୍ତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଅଧିକ ପଢନ୍ତୁ :ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି