ଦିନକୁ ଦିନ ଅଣାୟତ୍ତ ହେଉଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତକୁ ନ ଆସିଥିବାବେଳେ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ ନିଆଁର ପ୍ରକୋପ ବ୍ୟାପିବାରେ ଲାଗିଛି । ସବୁଠି ଆତଙ୍କ ଖେଳାଉଛି ଜଙ୍ଗଲ ନିଆଁ । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ କାୟା ବିସ୍ତାର କରିଚାଲିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ନିଆଁ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ସମସ୍ତ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଜଙ୍ଗଲ ନିଆଁ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ।ବନ ବିଭାଗ କର୍ମଚାରୀ ଓ ଅଗ୍ନିସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁଙ୍କୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।