୪୫ ପ୍ୟାକେଟ ବେଆଇନ କଫ ସିରଫ ଜବତ କଲା ସମ୍ବଲପୁର ପୋଲିସ। ଏପରିକି ଏହି ମାମଲାରେ ଜଡ଼ିତ ଥିବା ମୋଟ ୨୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ତେବେ ରଙ୍ଗର ପର୍ବ ହୋଲି ପୁର୍ବରୁ ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା। ସମ୍ବଲପୁର ସଦର ଥାନା ପୋଲିସ ଏକ ବଡଧରଣର କଫସିରଫ ଚୋରାଚାଲାଣ ଘଟଣାରେ ପର୍ଦ୍ଦାଫାଶ କରିଛନ୍ତି। ଏହି ୪୫ ପ୍ୟାକେଟରୁ ମୋଟ ୧୦୮୦୦ ବୋତଲ କଫସିରଫ ଜବତ ହୋଇଛି।
ଏଥିସହ ନଗଦ ୨୦ହଜାର ଟଙ୍କା, ୧୧ଗୋଟି ମୋବାଇଲ ଫୋନ,ଏକ ଟ୍ରକ, ବୋଲେରୋ, ୨ଗୋଟି ଅଟୋ,ଏକ ସ୍କୁଟି ଓ ବୁଲେଟକୁ ମଧ ଜବତ କରାଯାଇଛି। ଏନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୁଚନା ଦେଇଛନ୍ତି । ଏସପିଙ୍କ ସୁଚନା ଅନୁସାରେ ପଶ୍ଚିମବଙ୍ଗ ଜିଲ୍ଲା ହୁଗୁଲି ଜିଲ୍ଲା ଠାରୁ ଏକ ବଡଧରଣର କଫସିରଫ କାରବାର ମାମଲାର ସୁଚନା ପାଇବା ପରେ ପୋଲିସ ଏହି କଫସିରଫକୁ ଜବତ କରିବା ପାଇଁ ଯୋଜନା କରିଥିଲା। ଏହାପରେ ଏଇ ମାମଲାରେ ଜଡିତ ଥିବା ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାର ମୋଟ ୨୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଏହି ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ପୁର୍ବରୁ ମଧ୍ୟ ଅପରାଧିକ ମାମଲା ରୁଜୁ ଥିବା ନେଇ ଏସପି କହିଛନ୍ତି।