କନ୍ଧମାଳର ୨ଟି ବୁଥରେ ଆଜି ସାନି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । କନ୍ଧମାଳର ବୁଥ ନଂ ୨୬ ଓ ୨୮ରେ ଆଜି ପୁଣିଥରେ ମତଦାନ କରାଯାଉଛି । ଏହି ମତଦାନ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଚାଲିବ ବୋଲି ସୂଚନା ମିଳିଛି । ସକାଳୁ ସକାଳୁ ମତଦାତାମାନଙ୍କ ଲମ୍ବାଧାଡ଼ି ଲାଗିଛି ।
ମତଦାନ କେନ୍ଦ୍ରକୁ ସୁରକ୍ଷା ଦେବାପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟଣ୍ଡିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୁଣିଥରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ନଜର ଦିଆଯାଇଛି ।
ସୂଚନା ମୁତାବକ,ଗତ ମେ' ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ କରାଯାଇଥିଲା । ମତଦାନ ସମୟରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଗଣ୍ଡଗୋଳ ଅଧିକ ହେବାରୁ ଗୋଟିଏ ବୁଥରେ ପୋଲିଂ ଅଧିକାରୀ ହଠାତ ବୁଥ ବନ୍ଦ କରିଦେଇଥିଲେ । ଏଥିସହ ମତଦାତାମାନଙ୍କୁ ଫେରାଇ ଦେଇଥିଲେ। ଯେଉଁଥିପାଇଁ ସେଠାରେ ପୁଣିଥରେ ମତଦାନ କରାଯାଉଛି । କିନ୍ତୁ ଏଥର ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।