ସମ୍ବଲପୁରୀ ଭାଷା ଓ ସଂସ୍କୃତି ପ୍ରଚାର ପ୍ରସାର ଉଦ୍ଦେଶ୍ଯ ନେଇ ଆସନ୍ତା ୧୫ ତାରିଖରୁ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁରୀ ଧନୁଯାତ୍ରା ୨୦୨୫ ।
ଏନେଇ ଆୟୋଜକ ସମ୍ବଲପୁରୀ ଧନୁଯାତ୍ରା କମିଟି ପକ୍ଷରୁ ଗଣମାଧ୍ୟମକୁ ଚଳିତ ବର୍ଷର ଆୟୋଜନ ନେଇ ସୂଚନା ଦିଆଯାଇଛି। ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁଙ୍କ ସମେତ କମିଟିର ଅନ୍ୟ ପଦାଧିକାରୀ ଓ ସମ୍ବଲପୁରୀ ଧନୁଯାତ୍ରାର ନିର୍ଦ୍ଦେଶକ ତଥା କଳାକାର ମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ଚଳିତ ମାସ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରୀ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଗଙ୍ଗାଧର ମଣ୍ଡପକୁ ମଥୁରା ନଗରୀ ସହ କଂସ ଦରବାର କରାଯାଇଛି। ସେହିପରି ଚାଉଁରପୁରକୁ ଗୋପପୁର କରାଯାଇଛି।
ତେବେ ଚଳିତ ବର୍ଷର ଆୟୋଜନର ବିଭିନ୍ନ ଦିବସରେ ସରକାରଙ୍କ ବହୁ ମନ୍ତ୍ରୀ ତଥା ଜନପ୍ରତିନିଧି ମାନେ ସମ୍ବଲପୁରୀ ଧନୁଯାତ୍ରାରେ ଅତିଥି ଭାବରେ ଯୋଗଦାନ କରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ସମ୍ବଲପୁରୀ ଧନୁଯାତ୍ରା ମାଧ୍ୟମରେ ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି କୁ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରାଯାଉଥିବା ନେଇ କମିଟି ପକ୍ଷରୁ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।