ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ସମ୍ବଲପୁର ହଟିଆ-ଗୋରଖପୁର ମୌର୍ଯ୍ୟ' ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହା ସହ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଇ ସେମାନଙ୍କର ଦୀର୍ଘ ଦିନର ଆଶା ଆଉ ଅପେକ୍ଷା ପୂର୍ଣ୍ଣ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭର୍ଚୁଆଲ ମୋଡ଼ରେ ସାମିଲ୍ ହୋଇଥିଲେ।
ଟ୍ରେନଟି ହଟିଆରୁ ବାହାରି ରାଉରକେଲା,ଝାରସୁଗୁଡା, ସମ୍ବଲପୁର ଷ୍ଟେସନରେ ରହଣି ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହି ଟ୍ରେନ୍ ଚଳାଚଳ ଦ୍ବାରା ଅଯୋଧ୍ୟା ରେ ପ୍ରତିଷ୍ଠିତ ଭବ୍ୟ ରାମଲାଲାଙ୍କ ମନ୍ଦିର ଦର୍ଶନ ବ୍ୟବସ୍ଥା ସୁଗମ ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଗତ ୨୦୨୨ ମସିହା ଡିସେମ୍ବର ୯ ଓ ୨୦୨୪ ମସିହା ଜାନୁଆରୀ ୩ରେ ପତ୍ର ଲେଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନ ଚଳାଚଳକୁ ଗୋରଖପୁର ହଟିଆ - ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ନେଇ ଅନୁରୋଧ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରସ୍ତାବ କ୍ରମେ ରେଳ ମନ୍ତ୍ରଣାଳୟ ଏହାକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି। ଏଥି ସହ ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସମ୍ବଲପୁର ଷ୍ଟେସନ ସମେତ ସହରରେ ଥିବା ଅନ୍ୟାନ୍ୟ ଷ୍ଟେସନର ନବୀକରଣ ହେବ।ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ।
ଏହି ଅବସରରେ ଶ୍ରୀ ପ୍ରଧାନ ସାମାଜିକ ଗଣ ମାଧ୍ୟମ 'ଏକ୍ସ' ରେ ପୋଷ୍ଟ କରି କହିଛନ୍ତି ଯେ, "ସମ୍ବଲପୁର ଷ୍ଟେସନରେ ଭିସି ଜରିଆରେ ଉପସ୍ଥିତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ' ଏକ୍ସପ୍ରେସର ଶୁଭାରମ୍ଭ କରି ଆନନ୍ଦିତ । ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଉତ୍ତର ଭାରତରେ ରହୁଥିବା ସମ୍ବଲପୁର ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ନାଗରିକଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।"
ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା