ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଠାରେ ଜନସଂଘର ପ୍ରତିଷ୍ଠାତା ମହାନ ଜନ ନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ପାଳନ ହୋଇଛି। ସେହିଭଳି ଗଜପତି ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇଛି। ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କ ନିର୍ଦେଶନାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଅନେକ କର୍ମକର୍ତ୍ତାମାନେ ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସେହି କାର୍ଯ୍ୟକ୍ରମରେ ଅଖଣ୍ଡଭାରତ ନିର୍ମାଣରେ ମହାନ ଜନନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉତ୍ସର୍ଗୀକୃତ ଜୀବନ ଓ ବଳିଦାନ ସମ୍ପର୍କରେ ସମସ୍ତେ ସ୍ମୃତିଚାରଣ କରିଥିଲ। ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ବକ୍ତାମାନେ କହିଥିଲେ। ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନସଂଘର ସଂସ୍ଥାପକ ସ୍ୱର୍ଗତଃ ମୁଖାର୍ଜୀଙ୍କର ‘ଏକ ଦେଶ ମେଁ ଦୋ ବିଧାନ ଦୋ ପ୍ରଧାନ ଓର ଦୋ ନିସାନ ନହିଁ ଚଲେଗା’ ଏହି ସ୍ଲୋଗାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ପରିଣତ କରିପାରିଛନ୍ତି। ଏହି ‘ବଳିଦାନ ଦିବସ’ ପାଳନ ଅବସରରେ ଦେଶ ପ୍ରତି ଥିବା ନିଜର ଦାୟିତ୍ୱବୋଧତାକୁ ସୁଚାରୁ ରୂପେ ତୁଲାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ନେତାମାନେ ଆହ୍ୱାନ ଦେଇଥିଲେ।