ବଲାଙ୍ଗୀର: ଟ୍ରେନ୍ରୁ ଜବତ ହେଲା ୭୦ ଲକ୍ଷ ଟଙ୍କା। ଟିଟିଲାଗଡରୁ ଏହି ଟଙ୍କା ଜବତ ହୋଇଛି। ଧର୍ତି ଆବା ସୁପରଫାଷ୍ଟ ଟ୍ରେନରୁ ଟଙ୍କା ଜବତ କରିଛି ପୁଲିସ। ଘଟଣାରେ ପ୍ରଭାତ କୁମାର ସାହୁ ଓ ଉମେଶ ପ୍ରସାଦ ନାମକ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।
ତେବେ ଟ୍ରେନଟି ଏର୍ଣ୍ଣାକୁଲମରୁ ହଟିଆ ଯାଉଥିବା ବେଳେ ଜିଆରପି ପୁଲିସ ଏହାକୁ ଜବତ କରିଛି। ଦୁଇ ଜଣ ଓଡ଼ିଆ ଯୁବକ ଟଙ୍କା ସହିତ ଧରାପଡିଥିବାରୁ ପୁଲିସ ସେମାନଙ୍କୁ ଜେରା କରୁଛି।
ଅଧିକ ପଢନ୍ତୁ: ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର କରି ଭିଡିଓ ପୋଷ୍ଟ କରୁଛନ୍ତି କି, ହୋଇଯାଆନ୍ତୁ ସାବଧାନ