ସମ୍ବଲପୁର: ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର ଭିଡିଓ କରି ପୋଷ୍ଟ କରୁଛନ୍ତି କି, ଯଦି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଏପରି ଭିଡିଓ ପୋଷ୍ଟ କଲେ ଯିବାକୁ ପଡିବ ଜେଲ । କାରଣ ଏବେ ପୋଲିସର ସାଇବର ଟିମ ନଜରରେ ରହୁଛି ସବୁ ସୋସାଲ ମିଡ଼ିଆ । ସମ୍ବଲପୁର ଜିଲ୍ଲାରେ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଭିଡିଓ ପୋଷ୍ଟ କରିଵା ଯୁବକଙ୍କୁ ମହଙ୍ଗା ପଡ଼ିଛି । ସମ୍ବଲପୁର ସହର ରାସ୍ତା ଦୂରବସ୍ଥା ନେଇ ଭାଲୁପାଲିର ସଦାନନ୍ଦ ବର୍ଦ୍ଧନ ଏକ ରିଲ କରି ନିଜ ଇଷ୍ଟ୍ରଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯେଉଁଥିରେ ରାସ୍ତାର ଦୂର ଅବସ୍ଥା ନେଇ ଅଶ୍ଳୀଳ ଭାଷାର ଗାଳିଗୁଲଜ କରିଥିଲେ ।
ଏନେଇ ଜଣେ ମହିଲା ସମ୍ବଲପୁର ବାରେଇପାଲି ସାଇବର ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୁକ୍ତ ଯୁବକ ସଦାନନ୍ଦନ ବଦ୍ଧନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୋସିଆଲ ମିଡିଆରେ ଏଭଲି ଅପଶବ୍ଦ ବ୍ୟବହାରକାରୀଙ୍କୁ ସାବଡ଼ କରିବା ପାଇଁ ସାଇଵର ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ହ୍ବାଟସପ ଗ୍ରୁପ, ଫେସବୁକ, ଏକ୍ସ, ଇଷ୍ଟାଗ୍ରାମ , ୟୁଟୁବ ଭଲି ଅନେକ ସାମାଜିକ ଗଣମାଧ୍ୟମରେ ନଜର ରଖିବ । ତାହାସହ ଅପଶବ୍ଦ ବ୍ୟବହାର କାରୀ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସମ୍ଵଲପୁର ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ଯୁବକମାନେ ସର୍ତକ ସହ ବ୍ୟବହାର କରିବାକୁ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ କହିଛନ୍ତି ।