ମନ୍ତ୍ରିମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ । ରାଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାର୍ଷିକ ବିଭାଗୀୟ ସମୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ସେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଛନ୍ତି । ଉଚ୍ଚଶିକ୍ଷା ବିଭାଗର ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
‘୬୦ ବର୍ଷ’ ମନ୍ତବ୍ୟ ପାଇଁ ବିବାଦୀୟ ଥିଲେ ରୋହିତ। ୬୦ ବର୍ଷରୁ ଅଧିକ ରାଜନୀତିରୁ ଅବସର ନେବା ଉଚିତ ବୋଲି ସେ କହିଥିଲେ। ୨୦୨୨ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ୫ ଜୁନ୍ ୨୦୨୨ରେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ।