ଭୁବନେଶ୍ୱର : ବିବାହରେ ମାତିଲେ ଭଦ୍ରମୁଖା ପିନ୍ଧା ଲୁଟେରା। ବରଯାତ୍ରୀ ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ତେବେ ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୮ ଟା ବେଳେ ଭୁବନେଶ୍ୱରର ଏକ ତାରକା ହୋଟେଲ ଏକ ବିବାହ ଉତ୍ସବ ଚାଲିଥିଲା। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅନେକ ଅତିଥି ମଧ୍ୟ ଆସିଥିଲେ। ଏହି ସମୟରେ ଉଭୟ ଦମ୍ପତିଙ୍କୁ ଅନେକ ଉପହାର ମିଳିଥିଲା। ସମସ୍ତ ବିବାହ ଉତ୍ସବରେ ବ୍ୟସ୍ତ ଥିବା ବେଳେ ଜଣେ ଭଦ୍ରମୁଖା ଲୁଟେରା ମଣ୍ଡପ ଭିତରେ କୌଣସି କ୍ରମେ ପଶିଯାଇଥିଲା। ସେଠାରେ ଖାଇ-ପିଇ ଝିଅକୁ ମିଳିଥିବା ଗିଫ୍ଟ ନେଇ ଚମ୍ପଟ ମାରିଥିଲା। ତେବେ ଲୁଟ୍ କାରବାରର ସମସ୍ତ ଘଟଣା ସିସିଟିଭିରେ କଏଦ ହେବା ସହିତ ଘଟଣାର ତଦନ୍ତ କରୁଛି ପୋଲିସ।
ଅଧିକ ପଢନ୍ତୁ ;ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ