ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଉଛି ଅବପାତର ରୂପ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏହାସହ ଡିସେମ୍ବର ୨ରେ ବାତ୍ୟା ଆଶଙ୍କା ମଧ୍ୟ ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଞ୍ଜାମ ଜିଲ୍ଲାପାଳନଙ୍କୁ ସଚେତନ ରହିବାକୁ ନର୍ଦ୍ଦେଶ ଦିଆଯାଇଛି । ଏଥିସହ ଏପର୍ଯ୍ୟନ୍ତ ବାତ୍ୟାର ଗତି ପଥ ସ୍ପଷ୍ଟ ଭାବରେ ଜଣ ପଡି ନାହିଁ । ଡିସେମ୍ବର 1ରେ ପବନର ବେଗ 40ରୁ 50 କିମି ରହିବ । ଏବଂ 2 ତାରିଖରେ 50ରୁ 60 ହୋଇଥିବା ବେଳେ ସର୍ବାଧିକ 70 କିମି ହୋଇପାରେ ବୋଲି ସୂଚନା ଦିଆଯାଇଛି । ତେବେ ଏହାକୁ ନେଇ ସର୍ବାଧିକ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ପାଇଁ 1ରୁ ମତ୍ସ୍ୟଜୀବୀ ସମୁଦ୍ର ମନା । ଏଥିସହ ଯେଉଁମାନେ ଏବେ ସମୁଦ୍ରରେ ଅଛନ୍ତି ସେମାନଙ୍କୁ କୂଳରେ ଫେରି ଆସିବାକୁ ମଧ୍ୟ କୁହାଯାଇଛି ।