ଭୁଶୁଡୁଛି ଲାଲଗଡ଼। ସରକାରଙ୍କ ମାଓଦମନ ନୀତି ସଫଳ ହେବାକୁ ଯାଉଛି। ଏହି କ୍ରମରେ ଜଣଙ୍କ ପରେ ଜଣେ ଟପ୍ ମାଓ ନେତା ଓ ସେମାନଙ୍କ ସାଥୀମାନେ ଆତ୍ମସମର୍ପଣ କରୁଛନ୍ତି। କୋରାପୁଟ ପରେ ଏବେ ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। ଆତ୍ମସମର୍ପଣ କରିଛନ୍ତି କୁଖ୍ୟାତ ମାଓନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ।
ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏନେଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ଏକ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ସେମାନଙ୍କ ନିକଟରୁ ୧୪ଟି ବନ୍ଧୁକ, ୨ଟି ଏକେ47, ୫ ଏସଏଲଆର୍ , ଗୋଟିଏ ଷ୍ଟେନଗନ୍,ଗୋଟିଏ ଇନସାସ୍ ରାଇଫଲ ସହ ଗୁଳି ଜବତ ହୋଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ। ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଆତ୍ମସମର୍ପଣକାରୀଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ।
ଅଧିକ ପଢନ୍ତୁ: ମମତାର ଆତ୍ମସମର୍ପଣ ପରେ ମାଓ ମୁକ୍ତ ହେଲା କୋରାପୁଟ