ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଫଳରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା 50 ପ୍ରତିଶତ ଟାରିଫକୁ 18 ପ୍ରତିଶତକୁ ହ୍ରାସ କରିଛି । ଏହା ସହିତ କିଛି ଭାରତୀୟ ସାଗମ୍ରୀ ଉପରେ ଶୂନ୍ୟ ଶୁଳ୍କ ଲାଗିଥିବାବେଳେ କୃଷି ଏବଂ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉପରେ ଶୁଳ୍କ ଲାଗୁ ହୋଇଛି । ଏ ସମ୍ବନ୍ଧରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି ।
କେନ୍ଦ୍ରୀ ଗୋୟଲ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସାମଗ୍ରୀ ପାଇଁ 30 ଟ୍ରିଲିୟନର ମାର୍କେଟ୍ ଖୋଲିଛି । ଚାଷୀ ଏବଂ ଦଗ୍ଧ ଚାଷୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି । ଆଜି ଦେଶର କୋଣ ଅନୁକୋଣରେ ସ୍ୱାଗତ କରାଯାଉଛି । ଆମେରିକା 50 ପ୍ରତିଶତ ଟାରିଫକୁ ହ୍ରାସ କରି 18 ପ୍ରତିଶତ ଟାରିଫ ଭାରତ ଉପରେ ଲଗାଇଯାଇଛି, ଯାହାକି ପଡ଼ୋଶୀ ଦେଶ ତୁଳନାରେ କମ୍ । ଆଗାମୀ ଦିନରେ ଏହା ଭାରତକୁ ଲାଭାନ୍ୱିତ କରିବ । ସେଠାରେ ଚୀନ ଉପରେ 35 ପ୍ରତିଶତ, ଭିଏତନାମ ଉପରେ 20 ପ୍ରତିଶତ ଏବଂ ଇଣ୍ଡୋନେସିଆ ଉପରେ 19 ପ୍ରତିଶତ ଟାରିଫ ଲଗାଯାଇଛି ।
ଶୂନ୍ୟ ଶୁଳ୍କ
ଅନେକ ଭାରତୀୟ ସାମଗ୍ରୀ ଉପରେ ଆମେରିକା ଶୂନ୍ୟ ଶୁଳ୍କ ବା ଜିରୋ-ଟାରିଫ୍ ବା ଲଗାଇଛି । ଟାରିଫରୁ ମୁକ୍ତ ହୋଇଥିବା ଉକ୍ତ ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ଜେମ୍ସ, ହୀରା, ଔଷଧୀୟ ସାମଗ୍ରୀ, ସ୍ମାର୍ଟଫୋନ୍, ରୋଷେଇରେ ବ୍ୟବହୃତ ମସାଲା, ଚା, କଫି, ନଡ଼ିଆ, ନଡ଼ିଆ ତେଲ, ଭେଜିଟେବଲ୍ ତେଲ, କାଜୁ, କିଛି ଫଳ ଯଥା କଦଳୀ, ଆମ୍ବ, ସପୁରୀ, ପିଜୁଳି ଏବଂ ପରିବା ଯଥା ଛତୁ, ପରିବା ମୂଳ, ନଡ଼ିଆ କତାରେ ପ୍ରସ୍ତୁତ ସାମଗ୍ରୀ ଇତ୍ୟାଦି । ସେହିପରି ଏୟାକ୍ରାପ୍ଟର ପାର୍ଟ୍ସ, ମେସିନ୍ ପାର୍ଟ, ପ୍ରୋସେସ୍ ଫୁଡ୍, ଆଲୁମିନିୟମ୍ ପାର୍ଟ, ଜିଙ୍କ ଅକ୍ସାଇଡ୍, ପ୍ରାକୃତିକ ସାମଗ୍ରୀ ଇତ୍ୟାଦିକୁ ଟାରିଫରୁ ମୁକ୍ତ କରାଯାଇଛି ।
କୃଷି ଓ ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ଟାରିଫ
ଅନ୍ୟପକ୍ଷେ କୃଷି ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉପରେ ଟାରିଫ ଲଗାଯାଇଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଏହା ସହିତ, କୃଷି କ୍ଷେତ୍ରରେ କୌଣସି ଛାଡ଼ ଦିଆଯାଇ ନାହିଁ, ଯାହା ଆମର ଚାଷୀଙ୍କ ସ୍ୱାର୍ଥକୁ ପ୍ରଭାବିତ କରିବ । ଯେ ମାଂସ, ଚିନି, ଦୁଗ୍ଧଜାତୀୟ ଦ୍ରବ୍ୟ, ସୋୟାବିନ, ମକ୍କା, ଚାଉଳ, ଗହମ, ମାଣ୍ଡିଆ, ବାଜରା, ରାଗୀ, ଗ୍ରୀନ ଟି, ଚଣା, ଆନିମଲ ସିଡ୍ସ ପ୍ରଡକ୍ଟ, ଅଣ ନିଶା ଦ୍ରବ୍ୟ, ଇଥାନଲ, ତମାଖୁ ଇତ୍ୟାଦି ଇତ୍ୟାଦିକୁ ରିହାତି ମିଳିନାହିଁ ।
ପୀୟୁଷ ଗୋୟଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତର ବିକଶିତ ଭାରତ ହେବା ଯାତ୍ରାରେ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ, କୂଟନୈତିକ ସମ୍ପର୍କ ଏବଂ ସେମାନଙ୍କ ନେତାଙ୍କ ମଧ୍ୟରେ ବନ୍ଧୁତାକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୫ରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ ହୋଇଥିଲା।
ଏହାର ଲକ୍ଷ୍ୟ ଥିଲା ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବାର୍ଷିକ 500 ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହାସଲ କରିବା। ସେହି ଲକ୍ଷ୍ୟ ହାସଲ ପାଇଁ ଆଜିର ଦିନକୁ ସ୍ୱର୍ଣ୍ଣାକ୍ଷରରେ ପାଳନ କରାଯିବ। ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି। ଦେଶର ପ୍ରତ୍ୟେକ କ୍ଷେତ୍ରରେ ଭବିଷ୍ୟତକୁ ନେଇ ପ୍ରବଳ ଉତ୍ସାହ ରହିଛି। ଏହା ଦେଖାଯାଉଛି ଯେ ଆଗାମୀ ଦିନରେ ନୂତନ ସୁଯୋଗ ଖୋଲିବ, ଏବଂ ପ୍ରାୟ 30 ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ବିଶ୍ୱର ସର୍ବବୃହତ ଅର୍ଥନୀତି ଯୁକ୍ତରାଷ୍ଟ୍ର ଏବେ ଆମର ରପ୍ତାନିକାରୀଙ୍କୁ ସବୁଠାରୁ ପସନ୍ଦିତ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିବ।