କେନ୍ଦୁଝର: କେନ୍ଦୁଝର କାଳୀ ପଡିଆଠାରେ ଆୟୋଜିତ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ପ୍ରତ୍ୟେକ ଜିଲ୍ଲାର ଭାଷାରେ କିଛି ନା କିଛି ସ୍ଵତନ୍ତ୍ରତା ଦେଖିବାକୁ ମିଳିଥାଏ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ କଳାକାର ମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି । ଯାହା ଆମ ଏକତାର ପରିଚୟ ଦେଇଥାଏ । ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି "ରଙ୍ଗବତୀ"।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରଙ୍ଗବତୀ ଗୀତ ଅନେକ ପୁରୁଣା । "ରଙ୍ଗବତୀ" ଗୀତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଓଡ଼ିଆ ମାଟିର ସ୍ପନ୍ଦନ। ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି "ରଙ୍ଗବତୀ"। ଗୀତଟି ଆଜି କେବଳ ଓଡିଶା ନୁହେଁ, ସାରା ଭାରତର ବିଭିନ୍ନ ରାଜ୍ୟର ଏକ ଲୋକପ୍ରିୟ ଗୀତର ମାନ୍ୟତା ଲାଭ କରିଛି। ୧୧ ମାସରେ ଆମେ ସରକାରକୁ ଆସି ଲୋକଙ୍କ ପାଖକୁ ପହଞ୍ଚି ପାରିଲୁ। ଆମେ ଶୁନ୍ୟ ରୁ ଆରମ୍ଭ କରି, ଏକ ନୂତନ ଦିଗରେ ଯିବାପାଇଁ ଅଗ୍ରସର ହେଉଛୁ। ଆଜି ଗାଁ ଗାଁ ର କଳାକାରମାନେ ମଞ୍ଚ ପାଉଛନ୍ତି। ଦେଶ ବିଦେଶ ମଧ୍ୟରେ ତାଙ୍କର କଳା ପହଞ୍ଚୁଛି, ଏହା ଗର୍ବ ର ବିଷୟ। ମୁଁ ବିଶ୍ୱାସ କରେ ଯେ, ଯେଉଁ ରାଜ୍ୟ ତାଙ୍କର କଳାକୁ ସମ୍ମାନ ଦିଏ,ସେ ରାଜ୍ୟର ଆତ୍ମା ସଦା ଜୀବିତ ରହିଥାଏ।ଏହି ଅବସରରେ ଉଚ୍ଚଶିକ୍ଷା, ଓଡିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ରଙ୍ଗବତୀ ଭଳି କାର୍ଯ୍ୟକ୍ରମ ଦେଶର ସମସ୍ତ କଳା ଓ କଳାକାର ମାନଙ୍କ ପାଇଁ ଉଦ୍ଦିଷ୍ଟ ।