ରାଜ୍ୟରେ ପୁଣି ବର୍ଷା । ରାଜ୍ୟରେ ଲଗାତାର ବର୍ଷପରେ ପଗର ପରିବର୍ତ୍ତନ ହୋଇଛି । କାଳବୈଶାଖୀର ପ୍ରଭାବ କମିବାପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଖରା, ଗୁଳୁଗୁଳି ମଧ୍ୟ ହେଉଛି । ତେବେ ଶନିବାର ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ୨୫ ଓ ୨୬ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବରସସ ହେଵାସ ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ ବିଭଗ ସୂଚନା ଅନୁଯାୟୀ ଆଗାମୀ ତିନି ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଦିନ ଭଳି ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବର୍ଷାର ପ୍ରଭାବରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୧୦ରୁ ୧୬ ଡିଗ୍ରୀ ଖସିଯାଇଥିଲା । କିନ୍ତୁ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଅତ୍ୟଧିକ ଖରା ଯୋଗୁ କାଳବୈଶାଖୀର ପ୍ରଭାବ ପଡୁଛି । ଯାହାଦ୍ୱାରା ରାଜ୍ୟବାସୀ ନାକେଦମ ହେଉଛନ୍ତି । ବିଶେଷ କରି ଚାଷୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।