ମଙ୍ଗଳବାର ଜଗତସିଂହପୁରରେ ଏକ ନକଲି କ୍ଷୀର ଗୋଦାମରେ ଚଢାଉ । ଜଗତସିଂହପୁର ତରାସାହିର ବାଲିସାହିରେ ଥିବା ଏହି ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଚଢାଉ କରାଯାଇଛି । ଚଢ଼ାଉବେଳେ ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ଜବତ କରାଯାଇଛି। ଏହି ଅପମିଶ୍ରିତ କ୍ଷୀର ବିଭିନ୍ନ କମ୍ପାନୀକୁ ଯୋଗାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୀର୍ଘଦିନ ଧରି ଏହି ଅପମିଶ୍ରିତ କ୍ଷୀର କାରବାର ଚାଲୁଥିଲା । ଚାଷୀଙ୍କଠାରୁ କ୍ଷୀର ନେଇ ଅପମିଶ୍ରଣ କରାଯାଉଥିଲା । ନକଲି ସାମଗ୍ରୀ ଚାଲାଣ ହେଉଥିବା ଖବର ପାଇ ଜଗତସିଂହପୁର ଜିଲା ପ୍ରଶାସନର ୫ ଜଣିଆ ଟିମ୍ ଚଢାଉ କରି ଘଟଣାର ତଦନ୍ତ ଜାରି ରହିଛି।
ଅନ୍ୟପଟେ ଓଡ଼ିଶା ଦୁଗ୍ଧ ମହାସଂଘ ବା ଓମଫେଡ୍ ପକ୍ଷରୁ କୁହାଯାଇଛି ଯେ ଓମଫେଡ ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରି କ୍ଷୀର ସଂଗ୍ରହ କରୁଛି । ଉକ୍ତ ଗୋଦାମରୁ ଓମଫେଡକୁ କ୍ଷୀର ଆସେନାହିଁ । ସେହି ଗୋଦାମ ଅପମିଶ୍ରିତ କ୍ଷୀର ଯୋଗାଣ କରୁଥିବା ଜଣାପଡ଼ିବା ପରେ ତା’ ନାମରେ ମାମଲା ରୁଜୁ କରାଯାଇଛି।