କଟକ : କଟକ ମଙ୍ଗଳାବାଗ ସ୍ଥିତ ଏକ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ଚଢାଉ କରାଯାଇଛି । ବିନା କାଗଜପତ୍ରରେ ଦୀର୍ଘଦିନ ହେବ ଡାଇଗ୍ନୋଷ୍ଟିକ୍ ସେଣ୍ଟରଟି ଚାଲି ଆସୁଥିବା ଅଭିଯୋଗ ହୋଇଛି । ବେଆଇନ ଭାବେ ଅଲଟ୍ରାସାଉଣ୍ଟ କରାଯାଉଥିବା ଅଭିଯୋଗ ହେବା ପରେ ସିଡ଼ିଏମଓଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ସାମିଲ ହୋଇ ଚଢାଉ କରାଯାଇଛି ।