ବଲାଙ୍ଗିର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ । ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଗଡିଆଜୋର ଗାଁ ପାଖ ଜଙ୍ଗଲ ରାସ୍ତା ରେ ପଡିଛି ହାତୀର ମୃତଦେହ। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟ ର କାରଣ ଖୋଜୁଥିବା ବେଳେ ହାତୀ ଚାଲୁଥିବା ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ହାତୀ ଗତ କାଲି ଠାରୁ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ଖବର ଆଜି ହିଁ ବନ ବିଭାଗ ଜାଣି ଘଟଣା ସ୍ଥଳ ରେ ପହଞ୍ଚିଛି । ଯାହା ଜଣା ପଡ଼ିଛି ହାତୀ ର ଶରୀର ହୃଷ୍ଟ ପୃଷ୍ଟ ଥିବା ବେଳେ କାହିଁକି ହାତୀ ଚାଲୁଥିବା ଅବସ୍ଥାରେ ତାର ମୃତ୍ୟୁ ହେଲା । ଏନେଇ ଏବେ ସାଧାରଣରେ ବଡ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଯାଇଛି । ହାତୀ ଟି ଏହି ଅଞ୍ଚଳରେ ବହୁ ଦିନ ଧରି ବୁଲୁଥିବା ବେଳେ ଆଜି ଶରୀର ହୃଷ୍ଟ ପୃଷ୍ଟ ଥାଇ କାହିଁକି ମୃତ୍ୟୁ ହେଲା ଏଥି ପ୍ରତି ବନ ବିଭାଗ ତଦନ୍ତ କରୁଛି, ଡାକ୍ତରୀ ମାଇନା କଲା ପରେ ଘଟଣା ପଦାକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅଧିକା ପଢନ୍ତୁ: ମାଡିଆସୁଛି କି ଆଉ ଏକ ବାତ୍ୟା ...! ପାଣିପାଗ ବିଭାଗ ଦେଲା ସୂଚନା