ନୂଆଦିଲ୍ଲୀ : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୂର୍ବ ସରକାରଙ୍କ ଉପରେ ଓଡ଼ିଆରେ ବର୍ଷିଛନ୍ତି । ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ମୋଦୀ ଓଡ଼ିଆରେ ଲେଖିଛନ୍ତି, ‘ପୂର୍ବ ସରକାରଙ୍କ ଯୋଗୁଁ ରାଜ୍ୟବାସୀ ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ । ଏହି ଯୋଜନା ଉଚ୍ଚ ମାନର ସ୍ବାସ୍ଥ୍ୟସେବା ବୟସ୍କମାନଙ୍କୁ ଲାଭାନ୍ବିତ କରିବ ।ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବ । ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଏବଂ ବୟସ୍କ ଲୋକଙ୍କୁ ଲାଭାନ୍ୱିତ କରିବ ।
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ !
ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ । ଏହି ଯୋଜନା ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବ । ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଏବଂ ବୟସ୍କମାନଙ୍କୁ ଲାଭାନ୍ୱିତ… https://t.co/YzOk59LLNS
— Narendra Modi (@narendramodi) January 13, 2025
ସୋମବାର ଓଡ଼ିଶାରେ ଆୟୁଷ୍ମାନ ପାଇଁ ଦିଲ୍ଲୀରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏଥିରେ ଉପକୃତ ହେବେ ପ୍ରାୟ ସାଢ଼େ ୩ କୋଟି ଲୋକ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା ଭାରତରେ ଏହି କାର୍ଡ କାର୍ଯ୍ୟକାରୀ କରାଯିବ ନେଇ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।