ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ବିବାହ ପ୍ରସ୍ତୁତି
Khabar Odisha:Preparations-for-the-Lords-wedding-are-underway-at-the-temple-today-on-the-occasion-of-the-holy-Rukmini-Haran-Ekadashi
ପୁରୀ, ଜୁନ ୦୨ (ଖବର ଓଡ଼ିଶା):

ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁ ଶ୍ରୀଜଗନ୍ନାଥ ମାଆ ରୁକ୍ମଣୀଙ୍କୁ ବିବାହ କରିବେ । ଏହି ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବାଜୁଛି ତେଲିଙ୍ଗି ବାଜା । ଜଗତ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବାରୁ ଭୋର ୨ଟା ୩୭ମିନିଟରେ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନିତି ଅନୁଷ୍ଠିତ ହେବା ପରଠାରୁ ନିତିକ୍ରାନ୍ତି ଆଗେଇ ଚାଲିଛି।

ମହାପ୍ରଭୁଙ୍କ ନିକଟରେ ଆଜି ସର୍ବାଧିକ ୪୪ଟି ନିତି ରହିଛି। ନିତି ନିର୍ଘଣ୍ଟ ଅନୁସାରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଆଦି ନିତି ବଢି ଗୋପାଳବଲ୍ଲଭ, ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥାନ୍ତି ସେପଟେ ଶ୍ରୀ ମଦନମୋହନ ଜୟବିଜୟ ଦ୍ୱାରକୁ ବିଜେ କରନ୍ତି। ବଚନିକା ଓ ଅନ୍ୟାନ୍ୟ ନିତି ବଢି ଶ୍ରୀମଦନମୋହନ ରଥକୁ ବିଜେ କରିଥାନ୍ତି। ବିମଳାଙ୍କ ମନ୍ଦିରକୁ ମହାଲକ୍ଷ୍ମୀ ଅର୍ଥାତ ଶ୍ରୀଦେବୀ ବିଜେ କରନ୍ତି। ସେହିଠାରେ ରୁକ୍ମଣୀ ହରଣ ନିତି ସମ୍ପାଦନ ହୋଇଥାଏ। ସେଠାରୁ ଶ୍ରୀମଦନମୋହନ ଓ ଶ୍ରୀଦେବୀ ବିବାହ ମଣ୍ଡପକୁ ବିଜେ କରନ୍ତି। ମହାପ୍ରଭୁ ଜଳକ୍ରୀଡାକୁ ବିଜେ କରନ୍ତି। ଜଳକ୍ରୀଡା ପରେ ମଧ୍ଯାନ୍ନଧୁପ ହୁଏ। ରାତିରେ ସଂନ୍ଧ୍ୟା ଧୁପ ପରେ ମହାପ୍ରଭୁଙ୍କ ବିବାହ ନିତି ଅନୁଷ୍ଠିତ ହୋଇଥାଏ। ସେପଟେ ଏହିନିତିକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପରାମର୍ଶ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ପ୍ରତିନିଧି। 

  • Tags:

Subscribe

National International State Sports Entertainment