ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଗର୍ବର ମୁହୂର୍ତ୍ତ। ଚୈତ୍ର ନବରାତ୍ରୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଫେସବୁକ୍ ପୋଷ୍ଟରେ ଏକ ଭକ୍ତିମୟ ଗୀତ ସେୟାର କରିଛନ୍ତି ଯାହାର କଣ୍ଠଶିଳ୍ପୀ ହେଉଛନ୍ତି ଓଡ଼ିଆ ଝିଅ ଦୀପ୍ତିରେଖା ପାଢ଼ୀ।
ଦୁର୍ଗତି ନାଶିନୀ ମା’କୁ ମୋଦୀଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀ ସେୟାର କରିଥିବା ଗୀତଟି ହେଉଛି ‘ଦୁର୍ଗତି ନାଶିନୀ ମା’, ଯାହାକୁ ଭକ୍ତମାନଙ୍କ ଭଲପାଇବା ମିଳୁଛି।
ପୋଷ୍ଟରେ ମୋଦୀ ଲେଖିଛନ୍ତି:
ପ୍ରଧାନମନ୍ତ୍ରୀ ନିଜ ସୋସିଆଲ୍ ମିଡିଆ ପେଜରେ ଏହି ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି । ସେ ଏଥିରେ କ୍ୟାପସନରେ ଲେଖିଛନ୍ତି “ଦେବୀଙ୍କ ପ୍ରତି ଭକ୍ତିରେ ଅପାର ଶକ୍ତି ଅଛି। ଏହା ମନକୁ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ କରେ।ଦେବୀଙ୍କ ପୂଜା କରିବା ଦ୍ୱାରା ଭକ୍ତମାନଙ୍କ ମନ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ।"
ସେପଟେ ଏହାକୁ ନେଇ କଣ୍ଠଶିଳ୍ପୀ ଦୀପ୍ତିରେଖା କହିଛନ୍ତି ମୁଁ କେବେ କଳ୍ପନା କରି ନଥିଲି ଯେ ମୋର ଭକ୍ତି ଗୀତ ଏବଂ ଭିଡିଓ ପ୍ରଧାନମନ୍ତ୍ରୀ ନିଜେ ସେୟାର କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ତାଙ୍କୁ ଗଭୀର ଭାବରେ ଅନୁପ୍ରାଣିତ କରିଛି । ତାଙ୍କ ଆଗାମୀ କ୍ୟାରିଅରରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ।