ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଘରୋଇ ନାଇଟ୍ କୋଚ୍ ବସ୍ ରୁ ୧୫୦୦ ବୋତଲ କଫ୍ ସିରପ୍ ଜବତ କରିଛି ପୋଲିସ। ବସ୍ ଟି ଭୁବନେଶ୍ୱରରୁ ବିନିକା ଦେଇ ଡୁଙ୍ଗୁରିପାଲି ଯାଉଥିବା ବେଳେ, ପୋଲିସ ଅଧିକାରୀମାନେ ସନ୍ଦେହ କରିବା ପରେ ରାମପୁର ମହିଳା କଲେଜ ନିକଟରେ ଏହାକୁ ଅଟକାଇଥିଲେ।
ତେବେ ଯାଞ୍ଚ ସମୟରେ, ପୋଲିସ କଫ ସିରପ ଥିବା ପାଞ୍ଚଟି ପ୍ୟାକେଟ ପାଇଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ୧୫ ଶହ ବୋତଲ କଫ୍ ସିରପ୍ ଜବତ କରାଯାଇଥିଲା। ଜବତ କଫ୍ ସିରପ୍ ସହ ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଏହାପରେ ସେମାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗାଇସିଲେଟ ଥାନା କନ୍ଧୁମୁଣ୍ଡା ଗାଁର ଉମେଶ ସାହୁ, ବଲାଙ୍ଗୀରର ଅମ୍ବିତ ନାଏକ ଏବଂ ଆଶିଷ ବାର୍ଗେ।