ଭୁୁବନେଶ୍ୱର: ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲାରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ଏହା ମଧ୍ୟରେ ଆଭ୍ୟନ୍ତରୀଣ କମିଟି(ଆଇସିସି) ରିପୋର୍ଟର ଖୁଲାସା କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏଫଏମ କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ । ଏହା ସହିତ ପିସିସି ସଭାପତି ଭକ୍ତ ଦାସ ଓ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି ।
ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ଅଧ୍ୟକ୍ଷ ପଦାକୁ ଆଣିଥିଲେ । ରିପୋର୍ଟରେ ଡାହା ମିଛ କଥା ଗୁଡାଏ ଲେଖା ଯାଇଛି । ରିପୋର୍ଟରେ ଏହା ଉଲ୍ଲେଖ ରହିଛି ଯେ, ଝିଅଟି କହିଥିଲା ଏଚଓଡି ତାଙ୍କ ପ୍ରତି ସେମିତି ଖରାପ ବ୍ୟବହାର କରି ନାହାନ୍ତି । ସେମିତିଏଥିସହ ସେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଗୌତମ ବୁଦ୍ଧ କେବଳ ଭିତ୍ତିହୀନ କଥା କହୁଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ବିଜେଡି ବିଧାୟକ ଗୌତମଙ୍କୁ ମିଛ କହିବାରେ ପିଏଚଡି ମିଳିବା କଥା । କୁଆଡେ ମୁଁ ପୋଲିସକୁ କହିଲି ଏଫଆଇଆର ରୁଜୁ କରନି । ମାମଲାକୁ ପ୍ରଭାବିତ କରିବା ମାମଲା ପ୍ରମାଣ କରି ଦେଲେ ମୁଁ ରାଜନୀତିରୁ ସନ୍ୟାସ ନେବି ।
ପ୍ରତାପ ଷଡଙ୍ଗୀ କହିଛନ୍ତି, ମୋ ବିରୋଧରେ ଯେଉଁ ଅଭିଯୋଗ ଲଗାଯାଉଛି ସେ ସବୁକୁ ନେଇ ତଦନ୍ତ କରାଯାଉ । ମୁଁ ପ୍ରସ୍ତୁତ ଅଛି । ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ତଦନ୍ତ ହେଲେ ବି ପ୍ରସ୍ତୁତ ଅଛି । ଯଦି ମୁଁ କ୍ଷମତାରେ ରହିଲେ ତଦନ୍ତ ପ୍ରଭାବିତ ହେବ ବୋଲି କୁହାଯାଉଛି ତେବେ ମୁଁ ପଦରୁ ଇସ୍ତଫା ଦେବାକୁ ରାଜି । ମୁଁ ଗୌତମ ବୁଦ୍ଧ ଦାସ ଯଦି ମିଥ୍ୟା ପ୍ରମାଣିତ ହୁଅନ୍ତି ତେବେ ସେ କଣ ରାଜନୀତି ଛାଡିବେ କି । ବିଧାୟକ ପଦ ଛାଡିବା ନେଇ ତାଙ୍କର ସାହାସ ଅଛି କି । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ସେ ଝିଅ କଦାପି ଏପସି କିମ୍ବା ପୋଲିସଠାରେ ଏତଲା ଦେଇ ନାହିଁ । ବରଂ ଆମେ ଏବଂ ଏପସି କହିଛୁ ଯେ, ଏତଲା ଦିଅ । ହେଲେ ଝିଅଟି କହିଥିଲା ଯେ, ପ୍ରିନ୍ସିପାଲ ତଦନ୍ତ କରୁଛନ୍ତି ଏବଂ ସାତ ଦିନ ପରେ ରିପୋର୍ଟ ଦେବେ । ଏହା ପରେ ଏଫଆଇଆର ଦେବା ନେଇ ବିଚାର କରିବି ।
ସୂଚନାଯୋଗ୍ୟ, ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ତୁରନ୍ତ ଏହି ଘଟଣା ପରେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଲମ୍ବନ କରାଯାଇଥିଲା । କେଉଁ କାରଣରୁ ଛାତ୍ରୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ପାଇଁ ଗୁରୁବାର କଲେଜରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଗ୍ରାଉଣ୍ଡରୁ ଘଟଣାର ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ତଦନ୍ତ ଜାରି ରଖିଥିଲେ । ଘଟଣାର ବିଭିନ୍ନ ଦିଗକୁ ନେଇ ଆଇସିସିର ସଦସ୍ୟ ଓ କଲେଜ କର୍ମଚାରୀଙ୍କୁ ମଧ୍ୟ ପଚାରଉଚରା କରିଥିଲେ।