ଅଭୟାରଣ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାନ୍ । ଏପ୍ରିଲ ୧ ତାରିଖରୁ ଅଭୟାରଣ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ପାଇଁ ବାରଣ କରାଯାଇଛି । ରାଜ୍ୟର ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ, ଇକୋ ଟୁରିଜିମ୍ ସ୍ଥଳୀ ଗୁଡ଼ିକରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ଉତ୍କଳଦିବସ ଦିନଠାରୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ହୋଇଛି ଅଭୟାରଣ୍ୟ। ପଶୁପକ୍ଷୀଙ୍କ ସୁରକ୍ଷା ଓ ଅଭୟାରଣ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପିଇବା ପାଣିର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟର ସମସ୍ତ ଅଭୟାରଣ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ବନ କର୍ମଚାରୀଙ୍କ ପକ୍ଷରୁ ଅଭୟାରଣ୍ୟ ଭିତରକୁ ଯାଆସ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ସଚେତନ କରାଯାଇଛି । ଏପରିକି ସମସ୍ତ ପ୍ରବେଶପଥରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ପୂର୍ବରୁ ପର୍ଯ୍ୟଟକ ମାନେ ଅଭୟାରଣ୍ୟରେ ଏଣେତେଣେ ପଲିଥିନ୍ ଫିଙ୍ଗି ଦେଉଥିଲେ । ଯାହାଫଳରେ ବନ୍ୟଜନ୍ତୁ ମାନେ ପଲିଥିନ୍ ଖାଇ ମୃତ୍ୟୁ ମୁଖରେ ପଡୁଥିଲେ। ଏସବୁକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଅଧିକ ପଢନ୍ତୁ :ଚିଲିକା ମଝିରେ ଅଟକିଲା ଡଙ୍ଗା