ଢେଙ୍କାନାଳ: ଆକ୍ସନ ମୋଡ଼ରେ ପରଜଙ୍ଗ ପୋଲିସ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଝରଣବାହାଳ ଗାଁ ନିକଟରୁ ଗୋରୁ ବୋଝଇ ବୋଲେରୋ ଗାଡି ସହ ଦୁଇଟି ବାଇକକୁ ଜବତ କରିଛି ପୋଲିସ। ଏଥିସହିତ ୨୬ ଗୋଟି ଗୋରୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ପରଜଙ୍ଗ ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଖବର ପାଇ ଝରଣବାହାଳ ଗାଁ ନିକଟରେ ଚଢ଼ାଉ କରିଥିଲେ। ତେବେ ପୋଲିସ ଏସଆଇ ଦେବଗ୍ରାହୀ ମହାନ୍ତି ଗୋ ମାଫିଆଙ୍କୁ ଗୋଡ଼ାଇଥିଲେ। ତେବେ ଗୋ ବୋଝେଇ ଗାଡିକୁ ଛାଡି ଜୀବନ ବିକଳରେ ଗୋ ମାଫିଆମାନେ ଚମ୍ପଟ ମାରିଥିଲେ। ଗୋ ମାଫିଆମାନେ ପରଜଙ୍ଗ ଆଖ ପାଖ ଅଂଚଳରୁ ଗୋରୁଙ୍କୁ ନେଇ ଭାୟା କେନ୍ଦୁଝର ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଜଣାପଡିଛି। ତେବେ ଖୁବଶୀଘ୍ର ମାଫିଆ ମାନଙ୍କର ପର୍ଦ୍ଦାଫାସ ହେବ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି।