ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ଗାଁ ନିକଟରେ ଡକାୟତ ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ । ଚଢ଼ାଉରେ ୨ ଜଣ କୁଖ୍ୟାତ ଡକାୟତକୁ ଗିରଫ କରିଛି ପରଜଙ୍ଗ ପୋଲିସ । ଘଟଣା ସ୍ଥଳରୁ ଆଉ ୪ ଜଣ ଡକାୟତ ଫେରାର ମାରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଗିରଫ ଡକାୟତ ମାନେ ହେଲେ କଲଦା ପଞ୍ଚାୟତ ଅନ୍ତର୍ଗତ ସିଂହଡା ଗାଁର ସୂର୍ଯ୍ୟକାନ୍ତ ନାଏକ ଏବଂ ଗୋବିନ୍ଦ ନାଏକ । ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ୨ ଟି ଅଫୁଟା ଗୁଳି, ଗୋଟିଏ କାତି, ୨ଟି ମୋବାଇଲ, ଟାୟାର ପମ୍ପଚର ପାଇଁ ବ୍ୟବହୃତ ପଟାକୁ ଜବତ କରାଯାଇଛି । ଏହି ୬ ଜଣିଆ ଏକ ଡକାୟତି ଗ୍ୟାଙ୍ଗ ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ମାଡ଼ିବସିଥିଲା ପରଜଙ୍ଗ ପୋଲିସ। ସେମାନଙ୍କ ମଧ୍ୟରୁ ୪ ଜଣ ଫେରାର ମାରିଥିଲେ । ୨ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଅଧିକ ପଢନ୍ତୁ :- ବାଲିଘାଟକୁ ବିରୋଧ କରିବାରୁ ଛୁରାମାଡ଼