ରାଜନୈତିକ ଗୋଷ୍ଠୀ ସଂଘର୍ଷ ପାଇଁ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ହଳଦିଆପଦର ଗ୍ରାମରେ ଶୁକ୍ରବାର ରାତ୍ରିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଘଟି ଯାଇଛି ରକ୍ତାକ୍ତ ସଂଘର୍ଷ।ଏଥିରେ ଉଭୟ ଦଳର ଲୋକ ପରସ୍ପରର ଖଣ୍ଡା ଓ ଠେଙ୍ଗା ଆକ୍ରମଣରେ ଆହତ ହୋଇଥିଲେ । ଶେଷରେ ପୋଲିସ ସହାୟତାରେ ବ୍ରହ୍ମପୁର MKCG ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଦୁଇ ଦଳର ଲୋକମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ତେବେ ଆହତ ମାନଙ୍କ ସମ୍ପର୍କୀୟ ମାନେ କେହି ଆସି ପହଞ୍ଚିନଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ପରୀକ୍ଷଣ ଓ ରିପୋର୍ଟ ଆସି ପହଞ୍ଚି ପାରୁନ ଥିବା ଡ଼ାକ୍ତର ପ୍ରକାଶ କରିଥିଲେ ।