ପାରାଦୀପ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହୋଇଯାଇଛି ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପାରାଦୀପ ପୂର୍ବଭାରତର ବିକାଶ ପଥ ପାଲଟିବ ଠିକ ସେହିପରି ପାରାଦୀପରୁ ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସିଙ୍ଗାପୁର ମଡେଲରେ ପାରାଦୀପରେ ପେଟ୍ରୋକେମିକାଲ ଶିଳ୍ପ ସ୍ଥାପନ କରାଯିବ। ପ୍ରାୟ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ ପାରାଦୀପରେ ହେବ। ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହିତ ପାରାଦୀପ ଶିଳ୍ପର ହବ ପାଲଟିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି।