ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଧାରଣ ସଂପାଦକ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ଏତଲା । ଯାଜପୁର ଥାନାରେ ଏତଲା କଲେ ଜଣେ ହାଟ ବ୍ୟବସାୟୀ । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଏତଲା ଦିଆଯାଇଛି । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ ମାରିବା ଅଭିଯୋଗ ହୋଇଛି । ମାଡ ମାରି ଟଙ୍କା ଛଡାଇ ନେଇଥିବା ଏତଲାରେ ଦର୍ଶାଇଛନ୍ତି । ବିଏନଏସ ୧୧୫(୨), ୨୯୬, ୩(୫), ୩୦୩(୨), ୩୨୪(୪) ଆଧାରରେ ମାମଲା ରୁଜୁ କରାଯାଇଛି ।
ଉଲ୍ଲେଖନୀୟ ସଂପ୍ରତି ଯାଜପୁର ଜିଲ୍ଲାର ରାଜନୀତି ସରଗରମ ରହିଛି । ଧର୍ମଶାଳାର ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ହୋଇଛି । ପ୍ରଣବ ଦାସଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡିଡିଏମଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ବବିଙ୍କ ଭାଇ ଭବ ଦାସଙ୍କ ଏଥିରେ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି । ପୁଣି ଏବେ ଭବଙ୍କ ବିରୋଧରେ ବ୍ୟବସାୟୀ ଅଭିଯୋଗ ଆଣିବା ତାଙ୍କ ମୁସ୍କିଲ ବଢାଇ