ପୁରୀ: ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ସୁନ୍ଦର ବାଲୁକା କଳା ନିର୍ମାଣ। ବାଲୁକାଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ଭାରତୀୟ ଅନ୍ତ୍ରଯାତିୟ ଚଳଚ୍ଚିତ୍ର ମହୋତ୍ସବର ୫୫ ତମ ସଂସ୍କରଣ ପାଇଁ ଏକ ଚମତ୍କାର ବାଲୁକା କଳା ଗୋଆ ମୀରାମାର ବେଳାଭୂମିରେ ସ୍ଥାପନ କରିଛନ୍ତି। ଯାହାକୁ ଗୋଆର ମାନ୍ୟବର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଉଦ୍ଘାଟନ କରିଛନ୍ତି। ଏହି ବାଲୁକାଚିତ୍ରରେ ଭାରତୀୟ ସିନେମା ଏବଂ ସଙ୍ଗୀତର ଚାରୋଟି ଆଇକନିକ୍ କିମ୍ବଦନ୍ତୀ, ଅକିନେନି ନାଗେଶ୍ୱର ରାଓ, ତପନ ସିହ୍ନା, ମହମ୍ମଦ ରାଫି ଏବଂ ରାଜ କପୁରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋଆରେ ଏହି ବାଲୁକାକଳାକୁ ଦେଖିବା ପାଇଁ ସ୍ଥାନିୟ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।