ଭୁବନେଶ୍ୱର ୨୨/୧୧: ପୁଣି ତେଜିଲା ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି। ଡିସିପି ଅଫିସରେ ମୁହାଁମୁହିଁ ହେଲେ ଦୁଇ କଳାକାର । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତାହାତି ହେଉଥିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସେପଟେ ପୋଲିସ ସେବା ଭବନରେ ଦୁଇ ପକ୍ଷକୁ ବୁଝାଇବା ପାଇଁ ଉଦ୍ୟମ ହୋଇଛି । ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ବବି ଇସଲାମ । ମନୋଜ ମିଶ୍ର ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ। ମନୋଜ ଜଣେ ଅଭିନେତା, ତେଣୁ ଡିସିପିଙ୍କ ଆଗରେ ଅଭିନୟ କଲେ । ମନୋଜ ଜଣେ ଭିଲେନ୍ ବୋଲି ଆଜି ପ୍ରମାଣିତ କରିଦେଲେ ବୋଲି ବବି ଇସଲାମ କହିଛନ୍ତି। ଅନ୍ୟପଟେ ମନୋଜ ମିଶ୍ର ମିଡିଆ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ମୁଁ ଗୁଣ୍ଡା ନୁହେଁ, କାହାକୁ ମାରିଦେବି ।
ସୂଚନାଯୋଗ୍ୟ ଅଭିନେତା ମନୋଜ ମିଶ୍ରଙ୍କୁ ବବି ଇସଲାମ ରାଣ୍ଡୀ ପୁଅ ଅନନ୍ତା କହିବା ପରେ ମନୋଜ ରାଗିଯାଇ ଏପରି ବ୍ଯବହାର କରିଛନ୍ତି ।ତେବେ ଏନେଇ ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା । ପୂର୍ବରୁ ମନୋଜଙ୍କ ଗ୍ୟାଙ୍ଗ ଧମକାଉଥିବା ନେଇ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ ବବି ଇସଲାମ।