ଭୁବନେଶ୍ୱର : ଶୁକ୍ରବାର ଡିସିପି ଅଫିସ ଆଗରେ ମୁହାଁମୁହିଁ ପରେ ମନୋଜ ମିଶ୍ରଙ୍କ ନାଁ ରେ ସହିଦ ନଗର ଥାନାରେ ଏତଲା।
ନିର୍ଦ୍ଦେଶକ ଜ୍ୟୋତି ଦାସ, ଆପୁ କାନୁନଗୋ, ଜିତୁ ରାଉତ, ବବି ଇସଲାମ, ପ୍ରଣୟ ଜେଠୀ ଉପସ୍ଥିତ ରହି ସହିଦନଗର ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଦେଲେ ଏତଲା ଦେଇଛନ୍ତି । ଏଥିସହ ଗଣମାଧ୍ୟମ ଆଗରେ ଜୀବନ ପ୍ରତି ବିପଦଥିବା କହିଛନ୍ତି ବବି ଇସଲାମ।
ସୂଚନାଯୋଗ୍ୟ ଆଜି ଡିସିପି ଅଫିସରେ ମୁହାଁମୁହିଁ ହୋଇଥିଲେ ଅଭିନେତା ଓ ନିର୍ଦ୍ଦେଶକ । ପୋଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ଉଭୟଙ୍କ ହାତାହାତି ହେଉଥିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।