ଝାରସୁଗୁଡ଼ା ଗସ୍ତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ । ଝାରସୁଗୁଡ଼ାରେ ପହଞ୍ଚିବା ପରେ ବିଭିନ୍ନ ସରକାରୀ ଅଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଝାରସୁଗୁଡ଼ାର ଉନ୍ନତି ଦିଗରେ ଆଲୋଚନା କରିଥିଲେ । ବିଶେଷ କରି ଝାରସୁଗୁଡ଼ାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଝାରସୁଗୁଡା ସାର୍କିଟ ହାଉସରେ ପହଞ୍ଚିଥିଲେ । ସେଠାରେ ବିଭିନ୍ନ ଅଧିକାରୀଙ୍କ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଝାରସୁଗୁଡା ସାର୍କିଟ ହାଉସ ଠାରେ ବିଭିନ୍ନ ସରକାରୀ ଅଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ l ଏହି ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋନି ସୁନୀଲ ନରଓ୍ବଣେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବିର ନାୟକ ଉପସ୍ଥିତ ଥିଲେ l
ବୈଠକରେ ଝାରସୁଗୁଡ଼ାର ବିକାଶ ତଥା ତାଙ୍କ ବିଭାଗ ଅଧିନରେ ଥିବା ପାନୀୟ ଜଳ ଯୋଗାଣକୁ ନେଇ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ ଭାବରେ ତାଙ୍କର ମଧ୍ୟ ଝାରସୁଗୁଡା ପ୍ରତି ଦାୟିତ୍ୱ ରହିଛି ବୋଲି ସେହି ବୈଠକରେ ସେ କହିଥିଲେ । ଏଥିସହ ଝାରସୁଗୁଡାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଦଳୀୟ କର୍ମୀମାନେ ସମ୍ବର୍ଦ୍ଧନା ଦେଇଥିଲେ ।