ଭୁବନେଶ୍ୱର : ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନ ସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନରାତି ଚାଲିଛି ପାଟ୍ରୋଲିଂ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ସାମ୍ନା କରିବାକୁ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ହୋଇଛି କଡାକଡି। ଓଡ଼ିଶାର ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନ ରାତି ଚାଲିଛି ପାଟ୍ରୋଲିଂ। ଷ୍ଟେସନର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଫୋର୍ସ । ପ୍ଲାଟଫର୍ମ ସମେତ ସବୁ ଟ୍ରେନର କୋଚରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଟିକିନିଖି କରାଯାଉଛି ଯାଞ୍ଚ। ସେହିପରି ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରାଯାଉଛି ଯାଞ୍ଚ। ଚଳନ୍ତା ଟ୍ରେନ ଭିତରେ, ଷ୍ଟେସନ ପରିସରରେ କିମ୍ବା ବନ୍ଦର ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।