ଆଜି ମୟୂରଭଂଜ ଜିଲ୍ଲା ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ହେବ ଲୋକାର୍ପଣ ମୟୂରଭଂଜ , ଅଗଷ୍ଟ 12(ଖବର ଓଡ଼ିଶା): Share story: ଆଜି ମୟୂରଭଂଜ ଜିଲ୍ଲା ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରି ଲୋକମାନଙ୍କୁ ସମ୍ବୋଧନ ଜଣାଇବାର କାର୍ଯ୍ୟକ୍ରମ ରହିଛି । ପରେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ, କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ଉନ୍ନୟନ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସହିତ କାର୍ୟ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ଜିଲ୍ଲାପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେଠାରେ ଭିଡିଓ କନଫରେନ୍ସିଂ ଯୋଗେ ଦେଓ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ସହିତ ବିଭିନ୍ନ ପ୍ରକାର ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଉନ୍ନୟନ ମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ଖବର ଓଡ଼ିଶା, Reporter, 11/08/2022