ଭୁବନେଶ୍ବର : ପବିତ୍ର ଦୀପାବଳି ଓ ମହାକାଳୀ ପୂଜା ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆଲୋକ ଓ ଆନନ୍ଦର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତିର ନୂତନ ଆଲୋକ ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
ଦୀପାବଳୀର ଅମ୍ଳାନ ଦୀପ ଅନ୍ଧକାର ଦୂର କରି ମଣିଷ ଜୀବନକୁ ଆଲୋକିତ କରେ। ଜୀବନର ସମସ୍ତ ଆହ୍ବାନକୁ ସାମନା କରି ନୂତନ ଆଶା , ସ୍ବପ୍ନ ଏବଂ ସୂଦୂର ପ୍ରସାରି ଲକ୍ଷ୍ଯ ଆଗରେ ରଖି ଏକ ସୁନ୍ଦର ପ୍ରଗତିଶୀଳ ଭବିଷ୍ଯତ ଗଢ଼ିବା ପାଇଁ ଏହି ପର୍ବ ପ୍ରେରଣା ଦିଏ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିରାପଦ, ସୁରକ୍ଷିତ ଓ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ରାଜ୍ୟର ପ୍ରତିଟି ପରିବାରର ମଙ୍ଗଳ ଏବଂ ସମୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।