ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। ଏଥର ବଜେଟରେ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ତେଣୁ ଏହି କ୍ଷେତ୍ର ପାଇଁ ୩୧ ହଜାର କୋଟିର ବ୍ୟୟବରାଦ କରାଯାଇଛି। ଯାହାକି ପୂର୍ବ ବଜେଟର ୧୮ ପ୍ରତିଶତ ଅଧିକ ରହିଛି।
୨୦୨୫-୨୬ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯିବ। ଏଥର ୪୫ ହଜାର ଶିଶୁ ବାଟିକା ଖୋଲାଯିବ। ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି ବ୍ୟୟ ଅଟକଳ ହୋଇଛି, ଯେଉଁଥିରେ ୫୦ଟି ପୁରାତନ ବିଦ୍ୟାଳୟର ଉନ୍ନତିକରଣ କରାଯିବ। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ୧୪୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ମଧ୍ୟାହ୍ନ ଭୋଜନର ପରିଧିକୁ ବୃଦ୍ଧି କରାଯାଇଛି। ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ମିଳିବ।
ଅଧିକ ପଢନ୍ତୁ: ରାଜ୍ୟ ବଜେଟରେ ପରିବହନ ବିଭାଗ ପାଇଁ ବଡ଼ ଘୋଷଣା; ୪ ଲେନ୍ ବିଶିଷ୍ଠ ହେବ ସବୁ ରାଜ୍ୟ ରାଜପଥ, ୩ ହଜାର କିମି ରାସ୍ତା ହେବ ନୂଆ, ଖର୍ଚ୍ଚ ହେବ ୬ହଜାର ୫୦୨ କୋଟି ଟଙ୍କା
ସେହିପରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାଇ-ସାଇକେଲ୍। ଏଥିପାଇଁ ଗଙ୍ଗାଧର ମେହର ଶିକ୍ଷା ମାନବୃଦ୍ଧି ଯୋଜନା ପାଇଁ ୧୯୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ବ୍ଲକ୍, ଜିଲ୍ଲା ଏବଂ ବିଦ୍ୟାଳୟ କ୍ଷେତ୍ରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ମିଳିବ ପ୍ରୋତ୍ସାହନ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ ୧୩୯ କୋଟି ପ୍ରସ୍ତାବ ରହିଛି। ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି।